37.5 C
Bhubaneswar
Saturday, June 27, 2026
Homeଓଡିଶାହାତୀ ଆକ୍ରମଣରେ ପୁଣି ‌ଜଣେ ମହିଳାଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ପୁଣି ‌ଜଣେ ମହିଳାଙ୍କ ମୃତ୍ୟୁ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାର୍ଶୀଙ୍ଗା ଗ୍ରାମରେ ଆଜି ଭୋର୍‌ ସମୟରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କୌଣସି କାମରେ ‌ଜଣେ ମହିଳା ବାହାରକୁ ବାହାରିଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଛନ୍ତି। ସଂପୃକ୍ତ ମହିଳାଙ୍କୁ ହାତୀ କଚାଡ଼ି ଦେଇଛି। ଏହି ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଭାରତୀ ବିଶ୍ୱାଳ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ସୂଚନା ପାଇ ବନ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବି କରିଥିବା ବେଳେ ମହିଳାଙ୍କ ମୃତୁୃ ନେଇ ଚାପା ‌ଉତ୍ତେଜନା ଦେଖାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking