ନୂଆଦିଲ୍ଲୀ: ଶୁଭେନ୍ଦୁ ମନ୍ତ୍ରିମଣ୍ଡଳରେ ସାମିଲ ୫ ମନ୍ତ୍ରୀଙ୍କ ଶପଥ । ଶୁଭେନ୍ଦୁ ଅଧିକାରୀଙ୍କ ସହିତ ପାଞ୍ଚ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଲେ ଦିଲ୍ଲୀପ ଘୋଷ । ଦିଲ୍ଲୀପ ଘୋଷଙ୍କ ପରେ ଅଗ୍ନିମିତ୍ର ପାଲ ଓ ଅଶୋକ କିର୍ତ୍ତନିଆ ଶପଥ କରିଛନ୍ତି । ଆଦିବାସୀ ନେତା ଖୁଦିରାମ ଟୁଡୁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବତନ ରେନ୍ଦ୍ରମନ୍ତ୍ରୀ ନିଶିଥ ପାରମାଣିକ ମଧ୍ୟ ଶପଥ ନେଇଛନ୍ତି । ଶୁକ୍ରବାର ଦିନ ବିଜେପି ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହେବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଶୁଭେନ୍ଦୁ ଅଧିକାରୀ ଆଜି ସକାଳ ୧୧ଟାରେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ କୋଲକାତାରେ ନବନିର୍ବାଚିତ ବିଜେପି ବିଧାୟକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।










