32.1 C
Bhubaneswar
Monday, May 11, 2026
Homeଓଡିଶାଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ଶାଖା କାର୍ଯ୍ୟକର୍ତ୍ତା ଚୟନ

ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ଶାଖା କାର୍ଯ୍ୟକର୍ତ୍ତା ଚୟନ

ଯାଜପୁର: ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ଶାଖା ପାଇଁ ସାଧାରଣ ସମ୍ପାଦକ ଓ ଉପସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଛି l ସାଧାରଣ ସମ୍ପାଦକ ଭାବେ ପବିତ୍ର ମହାନ୍ତି ଓ ପ୍ରଦୀପ ଜେନାଙ୍କୁ ଉପ ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି l ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଶନିବାର ବ୍ୟାସନଗର ସ୍ଥିତ ହୋଟେଲ ବ୍ରାହ୍ମଣୀ ଠାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ସମ୍ପାଦକ ବିଶ୍ଵଜିତ ନାୟକ, ଜିଲା ସଭାପତି ହରିହର ସ୍ଵାଇଁ, କାର୍ଯ୍ୟକାରୀ ସଭାପତି ରଙ୍ଗ ବଲ୍ଲଭ ସାହୁ, ସମ୍ପାଦକ ଶୁଭାଶିଷ ରାଉତ, ପ୍ରିୟ ରଞ୍ଜନ କର, ଜାତୀୟ ପରିଷଦ ସଦସ୍ୟ ପ୍ରଦୀପ ଚାନ୍ଦ, ବିଦ୍ୟାଧର ବେହରା, ଅସିତ ମହାନ୍ତ, ସେକ ଜହୁର ପ୍ରମୂଖ ଉପସ୍ଥିତ ରହିଥିଲେ l ଏହି ଅବସରରେ ଉଭୟ ନବ ନିର୍ବାଚିତ କର୍ମକର୍ତ୍ତା ରାଜ୍ୟ ସଭାପତି ବିଭୁତିଭୂଷଣ କରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking