34.1 C
Bhubaneswar
Wednesday, May 6, 2026
Homeଓଡିଶାଭଉଣୀଙ୍କ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା

ଭଉଣୀଙ୍କ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା

କେନ୍ଦୁଝର: ଭଉଣୀ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା  । ଜାତି ସମାଜର ରୋଷ ଶିକାର ପରେ ଶୁଦ୍ଧି ହୋଇଛନ୍ତି । କଙ୍କାଳ ବୋହି ଥିବାରୁ ପୁଣି ସୁଦ୍ଧି ପାଇଁ ଗାଁ ଭାଇ ମାନେ ଜିଦ ଧରି ବସିଥିଲେ । ସେଥିପାଇଁ ଗାଁରେ ଜାତି ରୀତି ନୀତି ଅନୁସାରେ ଶୁଦ୍ଧି କାର୍ଯ୍ୟ ଚାଲିଛି । ସମାଧି ନିକଟରେ ଛେଳି ଓ କୁକୁଡ଼ା ପରେ ଜାତି ଭାଇଙ୍କ ଉପସ୍ଥିତିରେ ତୁଠରେ ମୁଣ୍ଡନ ହେବେ ଜିତୁ । ଭଉଣୀର କଙ୍କାଳ ଭାଇ ବୋହିବାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କେନ୍ଦୁଝର ଜିଲ୍ଲା ପାଟଣାର ଏହି ଉଦବେଗଜନକ ଘଟଣା ତୀବ୍ର ସମାଲୋଚିତ ହେବା ପରେ,  ଜିତୁ ମୁଣ୍ଡାଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ । ଜିତୁ ଫେରିପାଇଥିଲେ ତାଙ୍କ ଭଉଣୀ ବ୍ୟାଙ୍କରେ ଜମା କରିଥିବା ଟଙ୍କା ।ଙ୍କ ବାବୁଙ୍କ ଏଭଳି କଥା ଶୁଣି ସମାଧି ଖୋଳି ୩ କିଲୋମିଟର ଦୂରରୁ ଭଉଣୀର କଙ୍କାଳ ବୋହି ଆଣିଥିଲେ ଜିତୁ ମୁଣ୍ଡା । ଖାଲି ରାଜ୍ୟ ନୁହେଁ, ସାରା ଦେଶରେ ଏହି ଘଟଣା ହଇଚଇ ସୃଷ୍ଟି କରିବା ପରେ,  ତାଙ୍କ ପାଖରେ ପହଞ୍ଚିଥିଲେ ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଡିଆନାଳି ଗାଁକୁ ଯାଇ ଜିତୁଙ୍କୁ ତାଙ୍କ ଭଉଣୀ ଜମା କରିଥିବା ପ୍ରାୟ ୧୯ ହଜାର ଟଙ୍କା ସହିତ ରେଡ୍‌କ୍ରସ୍ ପାଣ୍ଠିରୁ ଆଉ ୨୦ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking