36.1 C
Bhubaneswar
Tuesday, May 26, 2026
Homeଓଡିଶାପୁଣି ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

ପୁଣି ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ ଯୁବକଙ୍କ ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ବେଳେ ଅଂଶୁଘାତ ଏହାର କାରଣ ବୋଲି ଚର୍ଚ୍ଚା ହେଉଛି । ମୃତକ ହେଉଛନ୍ତି ଉକ୍ତ ଗ୍ରାମର ରାମଚନ୍ଦ୍ର ଦେହୁରୀଙ୍କ ପୁଅ ବୁଦ୍ଧଦେବ ଦେହୁରୀ ।ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ବୁଦ୍ଧଦେବ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ନୂଆଗାଁ ରାସ୍ତାର କାଜୁ ଜଙ୍ଗଲ ରାସ୍ତାରେ ମୁଣ୍ଡ ଘୂରାଇଥିଲା । ସେହି ସମୟରେ ସେ ପଡିଯାଇଥିଲେ । ସେହି ରାସ୍ତା ଦେଇ ଗ୍ରାମବାସୀମାନେ ଯିବାଆସିବା କରୁଥିବା ସମୟରେ ବୁଦ୍ଧଦେବ ଦେହୁରୀଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ମଙ୍ଗଳବାର ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ବୁଦ୍ଧଦେବଙ୍କ ମୃତଦେହକୁ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ମଙ୍ଗଳବାର ଏଏସଆଇ ଧନେଶ୍ଵର ପାତ୍ର ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking