ଭୁବନେଶ୍ୱର: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି।ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ ପରେ ଆଲୋଚନା କରିବା ପାଇଁ ନୀତିନ ନବୀନଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ରାଜ୍ୟର ରାଜନୈତିକ ପରିସ୍ଥିତି ଓ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ଦେବାଶିଷ ସାମନ୍ତରାୟ ଦଳର ଲକ୍ଷ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ଭାଜପାରେ ନୂତନ ଭାବେ ଯୋଗଦେଇଥିବା ଦେବାଶିଷ ସାମନ୍ତରାୟ ଆଗାମୀ ଦିନରେ ଦଳକୁ ସୁଦୃଢ଼ କରିବା ସହ ଓଡ଼ିଶାରେ ସଂଗଠନକୁ ଆହୁରି ମଜଭୁତ କରିବାରେ କାମ କରିବେ ବୋଲି ସୂଚନା ମିଳିଛି।










