29.1 C
Bhubaneswar
Thursday, May 21, 2026
Homeଓଡିଶାସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଛତ୍ରପୁର: ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର l ଗଞ୍ଜାମ ଥାନା ବିରିପୁର ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି l ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଏଥିରେ ଜଣେ ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ହେଲେ ହଂସପୁର ଗ୍ରାମର ରଘୁନାଥ ପ୍ରଧାନ ଓ ଗୁରୁତର ଜଣକ ହେଲେ ହୁମ୍ବର ଗ୍ରାମର ଯୋଗେନ୍ଦ୍ର ଦାଶ | ଯୋଗେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି l ମୃତ ରଘୁନାଥ ଜଣେ ଶିକ୍ଷକ ବୋଲି ଜଣାପଡିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking