36.1 C
Bhubaneswar
Thursday, May 14, 2026
Homeଓଡିଶାଟିଟିଲାଗଡରେ ମାଲ୍‌ବାହୀ ଟ୍ରେନ ଲାଇନଚ୍ୟୁତ

ଟିଟିଲାଗଡରେ ମାଲ୍‌ବାହୀ ଟ୍ରେନ ଲାଇନଚ୍ୟୁତ

ଟିଟିଲାଗଡ଼:ପୂର୍ବତଟ ରେଳପଥ ଅଧୀନରେ ଥିବା ଟିଟିଲାଗଡ଼ ରେଳ ଜଙ୍କସନରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନର ବଗି ଗତ ରାତ୍ରିରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏ ନେଇ ସମ୍ବଲପୁର ଡିଆରଏମଙ୍କ ସମେତ ଅନେକ ଉଚ୍ଚପଦସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିlସୂଚନାଯୋଗ୍ୟ ଯେ ରେଳ ଗାଡ଼ି ଚାଳକ ମୋବାଇଲରେ ୟୁଟ୍ୟୁବରେ ରିଲ୍ସ, କ୍ରିକେଟ ଦେଖିବା ନେଇ ଦେଶରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାରୁ ରେଳ ବିଭାଗ ଚାଳକଙ୍କୁ ଗାଡ଼ି ଚାଳନା ସମୟରେ ଅଧିକୃତ ନମ୍ବର ସ୍ବିଚଅଫ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ଅନେକ ଗାଡ଼ି ଚାଳକ ବେଖାତିର ମନୋଭାବ ପ୍ରଦର୍ଶନ ସହ ଅଲଗା ମୋବାଇଲ ବ୍ୟବହାର କରି ମୋବାଇଲ ଫୋନରେ କଥାବାର୍ତ୍ତା ତଥା ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି। ଏ ନେଇ ରେଳ ବିଭାଗର କିଛି ଅଧିକାରୀ ଚାଳକଙ୍କଠାରୁ ଅନୁଗ୍ରହ ନେଇ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking