32.1 C
Bhubaneswar
Thursday, May 14, 2026
Homeଓଡିଶାବର୍ଷାରେ ଭିଜିଲା ରାଜଧାନୀ: ଗରମରୁ ମିଳିଲା ଆଶ୍ୱସ୍ତି

ବର୍ଷାରେ ଭିଜିଲା ରାଜଧାନୀ: ଗରମରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ବର୍ଷାରେ ଭିଜିଲା ରାଜଧାନୀ। ରାତିରେ ହଠାତ ବିଜୁଳି ଘଡ଼ଘଡ଼ ସହ ବର୍ଷା ହୋଇଥିଲା । ପ୍ରାୟ ଅଧଘଣ୍ଟାର ବର୍ଷାରେ ଭୁବନେଶ୍ୱରର ତଳିଆ ଅଞ୍ଚଳ ଓ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଛି। ଗତ ତିନି ଦିନ ହେଲା ଗରମ ଓ ଗୁଳୁଗୁଳି ଅସହ୍ୟ ହୋଇଥିଲା । କିନ୍ତୁ ରାତିର ବର୍ଷା ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି ।ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ସେହିପରି ୧୫, ୧୬ ଓ ୧୭ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ତେବେ ଏହା ଅବପାତରେ ପରିଣତ ହେବାର ବିଶେଷ ସମ୍ଭାବନା ନାହିଁ । ଆସନ୍ତା ୫ଦିନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking