30.1 C
Bhubaneswar
Saturday, May 9, 2026
Homeଓଡିଶାଭୋଜି ଖାଇ ଝାଡାବାନ୍ତି: ୮୦ ଆକ୍ରାନ୍ତ

ଭୋଜି ଖାଇ ଝାଡାବାନ୍ତି: ୮୦ ଆକ୍ରାନ୍ତ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ପାଟଣାଗଡ ରେଫର ହୋଇଥିବା ଜଣାଯାଇଛି ।ସୂଚନା ଅନୁସାରେ ଦୁଇ ଦିନ ତଳେ ଏକ ବିବାହ ଭୋଜି ଖାଇ ଗୁରୁବାର ପ୍ରାୟ ୪୦ ଜଣ ଆକ୍ରାନ୍ତ ହୋଇ ଥିବା ବେଳେ କିଛି ରୋଗୀ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିଲା । ତେବେ ଶୁକ୍ରବାର ଡାକ୍ତରୀ ଦଳ ଗାଁକୁ ଯାଇ ୪୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣାଯାଇଛି । ଡାକ୍ତରୀ ଦଳରେ ଡାକ୍ତର ରଶ୍ମିତା ବେହେରା, ଡାକ୍ତର ଗୀତାଞ୍ଜଳୀ ପାଟ୍ର, ଫାର୍ମାସିଷ୍ଟ ନିରାକାର ବାରିକ, ଗଗନ ପଣ୍ଡା, ଏଏନଏମ ଚନ୍ଦ୍ରକାନ୍ତି ବରିହା, କାଦମ୍ବିନୀ ପୁରୋହିତ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ।ଏନେଇ ଖପ୍ରାଖୋଲ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ସୁରଜ ଦୀପଙ୍କୁ ପଚାରିବାରୁ ବିବାହ ଭୋଜି ଖାଇ ଲୋକେ ଆକ୍ରାନ୍ତ ହୋଇଥିଲେ। କିଛି ଖପ୍ରାଖୋଲ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଆମ ଡାକ୍ତରୀ ଦଳ ଗାଁକୁ ଯାଇ ଦିନସାରା ଚିକିତ୍ସା ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking