34.1 C
Bhubaneswar
Friday, May 8, 2026
Homeଦେଶ ବିଦେଶ‘ତାରା’ ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ

‘ତାରା’ ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଓଡ଼ିଶା ଉପକୂଳରେ  ଭାରତ ପ୍ରତିରକ୍ଷାର ଶକ୍ତି ପ୍ରଦର୍ଶନ । ସ୍ୱଦେଶୀ ଗ୍ଲାଇଡ ଅସ୍ତ୍ର ‘ତାରା’ର ସଫଳ ପରୀକ୍ଷଣ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଓଡ଼ିଶା ଉପକୂଳରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଗ୍ଲାଇଡ୍ ୱେପନ୍ ସିଷ୍ଟମ ‘ତାରା’ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଡିଆରଡିଓଏବଂ ଭାରତୀୟ ବାୟୁସେନା ଦ୍ୱାରା ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଛି ।ଏହା ଦୂରରୁ ଶତ୍ରୁର ବଙ୍କର, ରନୱେ ଏବଂ ପ୍ରତିରକ୍ଷା ଭିତ୍ତିଭୂମିକୁ ସଠିକ ଭାବେ ଧ୍ୱଂସ କରିପାରିବ । ସମ୍ପୂର୍ଣ୍ଣ ଭାବେ ଭାରତରେ ବିକଶିତ ହୋଇଥିବାରୁ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଅଧିକ ଶକ୍ତିଶାଳୀ କରିଛି । ସଫଳ ପରୀକ୍ଷଣ ଦ୍ୱାରା ଭାରତୀୟ ବାୟୁସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବା ସହ ଆଧୁନିକ ଯୁଦ୍ଧ କୌଶଳରେ ଭାରତର ସାମର୍ଥ ବଢ଼ିବ । ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବୈଜ୍ଞାନିକ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking