27.5 C
Bhubaneswar
Monday, June 22, 2026
Homeଓଡିଶାବିଦ୍ୟୁତ୍ ସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ

ବିଦ୍ୟୁତ୍ ସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ

ବଲାଙ୍ଗିର: ପେଟକୁ ଦାନା ଦେବା ପାଇ ରାଜ୍ୟ ବାହାରକୁ ଦାଦନ ଖଟିଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଗୁଜୁରାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡୁଙ୍ଗୁରୀପାଲି ଗାଁର ବୀରେନ୍ଦ୍ର ଛତ୍ରିଆ । ତେବେ ଗୁଜୁରାଟର ଲିଜୁରା ସ୍ଥିତ ଏକ ମାର୍ବଲ  କାରଖାନା ପରିସରରେ ବୀରେନ୍ଦ୍ର କାମ କରୁଥିବାବେଳେ ମେସିନ୍ବିର ବିଦ୍ୟୁତ୍ ସ୍ପର୍ଶରେ ଆସି ଜଳିଯାଇଥିଲେ। ଏନେଇ କାରଖାନା କର୍ତ୍ତୁପକ୍ଷ ସ୍ଥାନୀୟ ଏକ ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ସେଠିକାର ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି। ଘରେ ସ୍ତ୍ରୀ ସହ ଦୁଇଟି ପୁଅ ଓ ଜଣେ ଝିଅ ରହିଥିବା ବେଳେ ରାଜ୍ୟ ବାହାରେ ବୀରେନ୍ଦ୍ରଙ୍କ ମୃତ୍ୟୁ ହେବା ଯୋଗୁଁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ତେବେ କାରଖାନା ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ଘରକୁ ପଠାଇ ଦେଉଛନ୍ତି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଗାଁକୁ ଶବ ପହଞ୍ଚିବ ବୋଲି ସୂଚନା ମିଳିଛି। ଏଣୁ ସରକାର ଏହି ଦାଦନ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking