32.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶଉତ୍ତରପ୍ରଦେଶରେ କାଳବୈଶାଖୀ: ୧୦୦ ମୃତ

ଉତ୍ତରପ୍ରଦେଶରେ କାଳବୈଶାଖୀ: ୧୦୦ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କାଳବୈଶାଖୀ। ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ମଧ୍ୟ ଆହତ ହୋଇଛନ୍ତି । ପବନର ବେଗ ଏତେ ତୀବ୍ର ଥିଲା ଯେ ଲୋକମାନେ ପେପର, ପଲିଥିନ, ବେଲୁନ ପରି ଉଡିବାକୁ ଲାଗିଲେ । ଯାହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ବୁଧବାର ଦିନ ଉତ୍ତର ପ୍ରଦେଶରେ କାଳବୈଶାଖୀ ହୋଇଥିଲା । ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।  ବଡ ବଡ ଗଛ , ଘର, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାତାୟତରେ ସମସ୍ୟା ଦେଖାଦେଇଥିଲା । ପବନର ବେଗ ୮୦ ରୁ ୯୦ କିମି ଯାଏ ଥିଲା । ଯାହାକି ଲୋକମାନେ ଆକାଶରେ ଉଡୁଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଅନେକ ଆହତ ହୋଇଛନ୍ତି । ଏହାରି ଭିତରେ ସେଠାକାର ପ୍ରଶାସନ ରିଲିଫ ଏବଂ ଉଦ୍ଧାର ପାଇଁ ତତ୍ପରତା ଦେଖାଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୪ ଘଣ୍ଟା ମଧ୍ୟରେ ପୀଡିତ ମାନଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଘଟଣାସ୍ଥଳରୁ ଯାଇ ସ୍ଥିତି ପରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking