32.1 C
Bhubaneswar
Thursday, May 14, 2026
Homeଓଡିଶାବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ଅନଗୁଳ: ବୃଦ୍ଧାଙ୍କୁ ଦଳି ମାରିଲା ହାତୀ । ଅନଗୁଳ ବନାଞ୍ଚଳ କରତପଟା ସେକ୍ସନ କୁସୁମପାଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତ ବୃଦ୍ଧା ପ୍ରମିଳା ସାହୁ । ସକାଳୁ ଘର ନିକଟରେ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ । ହାତୀ ପ୍ରମିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ପାଟି ଶୁଣି ପରିବାର ଲୋକ ସେଠାରେ ପହଞ୍ଚିବା ପରେ ବନ ବିଭାଗ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅନୁଗୁଳରେ ବାରମ୍ବାର ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକେ ଭୟଭୀତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking