30.1 C
Bhubaneswar
Thursday, May 21, 2026
Homeଓଡିଶାରତ୍ନଭଣ୍ଡାର ଭିତରେ ହାତାହାତି: ମେକାପ ସେବକଙ୍କ ବିରୋଧରେ ଆକ୍ସନ

ରତ୍ନଭଣ୍ଡାର ଭିତରେ ହାତାହାତି: ମେକାପ ସେବକଙ୍କ ବିରୋଧରେ ଆକ୍ସନ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଆକ୍ସନ୍। ବରିଷ୍ଠ ସେବାୟତ ନାରାୟଣ ମେକାପ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ସେବା ଖଟିବା ବିବାଦକୁ ନେଇ ଭଣ୍ଡାର ମେକାପ ମଧୁସୂଦନ ମେକାପ (କୁନିପୁଅ) ଓ ପୁତୁରା ନାରାୟଣ ମେକାପ (କିଷନ)ଙ୍କ ମଧ୍ୟରେ ହାତାହାତି ଏବଂ ପାଟିତୁଣ୍ଡ ହୋଇଥିଲା । ପ୍ରାଶାସନିକ ଅଧିକାରୀ ଓ ଲିସର ହସ୍ତକ୍ଷେପ ପରେ ବନ୍ଦ ହୋଇଥିଲା ବଚସା।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ହୋଇଥିଲେ। ସେବା ଖଟିବା ବିବାଦକୁ ନେଇ ଏହି ଘଟଣା ଘଟିଥିଲା। ମଙ୍ଗଳବାର ଘଟିଥିବା ଏହି ଘଟଣା ଶ୍ରୀମନ୍ଦିର ଇତିହାସରେ ଏକ ଅଭୁଲା ଅତୀତ ଭାବେ ଲିପିବଦ୍ଧ ହୋଇଛି। ଏହି ଘଟଣା ନେଇ ଭଣ୍ଡାର ମେକାପଙ୍କ ପକ୍ଷରୁ ଗଣମାଧ୍ୟମରେ କୌଣସି ବିବୃତ୍ତି ଦିଆଯାଇନାହିଁ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଘଟଣାକୁ ନେଇ ଗଣତିମଣତି କାର୍ଯ୍ୟ କୌଣସି ପ୍ରଭାବିତ ହୋଇନି। ସେମାନଙ୍କ ପୂର୍ବ ବିବାଦରୁ ଏହି ଘଟଣା ଘଟିଛି। ସେମାନେ ଏହାକୁ ପରସ୍ପର ଭିତରେ ଆଲୋଚନା କରି ସମାଧାନ କରିଦେବା ଭଲ। ପୂର୍ବ ଭଳି ନାରାୟଣ ମେକାପ ରତ୍ନଭଣ୍ଡାର ତନଖି ଟିମ୍ ସହ ଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking