ନୟାଗଡ: କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଲେ ନାବାଳକ । ଓଡଗାଁ ବାଉଁଶଗାଡିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହ ବେଳେ ଫସିଲେ । ମୁଣ୍ଡ ପଥର ସନ୍ଧିରେ ରହିଥିବାରୁ ବାହାର କରିବାକୁ ନାକେଦମ ହେଲେଣି ଉଦ୍ଧାରକାରୀ ଟିମ । ଉଦ୍ଧାର କାର୍ଯ୍ୟରେ ନୟାଗଡ ଓ ଓଡଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଥିଲେ । ରେସ୍କ୍ୟୁ ଅପରେସନ ଏବେ ବି ଜାରି ରହିଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନାବାଳକଙ୍କ ସଂପର୍କୀୟ ସେଠାରେ ଉପସ୍ଥିତ ଅଛନ୍ତି । ସେହି ଜାଗାକୁ ଅନ୍ୟମାନେ କିପରି ନ ଯାଇପାରିବେ ପୋଲିସ ଘେରାବନ୍ଦୀ କରି ରଖିଛି ।










