30.8 C
Bhubaneswar
Wednesday, July 15, 2026
Homeଓଡିଶାମହାନଦୀରେ ଭାସିଗଲେ ନାବାଳକ

ମହାନଦୀରେ ଭାସିଗଲେ ନାବାଳକ

କଟକ: କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଖବର ପାଇ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।ନିଖୋଜ ବାଳକ ଜଣକ ହେଲେ ଜଗତସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ ଦରଡ଼ାପାଡ଼ି ଗ୍ରାମର ରାହୁଲ ସେଠୀ (୧୨)। ଗରମ ବେଶି ଥିବାରୁ ରାହୁଲ ତାଙ୍କ ଚାରିଜଣ ସାଥୀଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ନଦୀର ପ୍ରବଳ ସ୍ରୋତ ତାଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା ଏବଂ ସେ ପାଣିରେ ଭାସିଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking