28.1 C
Bhubaneswar
Tuesday, July 14, 2026
Homeଓଡିଶାଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର

ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟର ସଚେତନତା ଶିବିର

ଭୁବନେଶ୍ୱର : ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁସଂଗଠିତ ଭାବେ ପାଳନ କରିବା ଲକ୍ଷ୍ୟରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ଦିନ ସକାଳେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗ ଦେଇ ଭକ୍ତମାନଙ୍କୁ ସଚେତନ କରିଥିଲେ । ଏହା ସହ ପ୍ରାୟ ଶତାଧିକ ଯାତ୍ରୀଙ୍କୁ ଏକ କିଟ୍ ପ୍ରଦାନ କରାଯାଇଥିଲା । ସେହି କିଟ୍‌ରେ ପିଇବା ପାଣି, ଖରା ଦାଉରୁ ସୁରକ୍ଷା ପାଇବା ପାଇଁ କ୍ୟାପ୍ ଏବଂ ରଥଯାତ୍ରା ସମୟରେ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ୍ ସେ ସମ୍ପର୍କିତ ସଚେତନତା ଲିଫ୍‌ଲେଟ୍ ରହିଥିଲା । ଶିବିରରେ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ଟ୍ରାଫିକ୍ ନିୟମ ପାଳନ କରିବା, ରାସ୍ତାରେ ଅନାବଶ୍ୟକ ଭିଡ ନକରିବା, ପୋଲିସ ଓ ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ପରସ୍ପରକୁ ସହଯୋଗ କରିବା ପାଇଁ ଭକ୍ତମାନଙ୍କୁ ସଚେତନ କରିଥିଲେ । ଏହା ସହ ଜରୁରୀ ପରିସ୍ଥିତିରେ ପ୍ରଶାସନର ସହାୟତା ନେବା ଓ ହେଲ୍ପଲାଇନ୍ ନମ୍ବରର ବ୍ୟବହାର ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ରଥଯାତ୍ରା ସମୟରେ ଯାତାୟାତ ବ୍ୟବସ୍ଥା ସୁଚାରୁ ରହିବା ଏବଂ ସମସ୍ତେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ, ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା ।   ଏହି ଅବସରରେ ଯୁବ ଶକ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ ମଲ୍ଲିକ୍ ଉପସ୍ଥିତ ରହି ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ପାଳନ ପାଇଁ ସଚେତନ କରାଇଥିଲେ । ସେ କହିଥିଲେ ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଆସ୍ଥା, ଭକ୍ତି, ଶୃଙ୍ଖଳା ଓ ମାନବିକତାର ଏକ ମହାନ ସଙ୍ଗମ ।  ପ୍ରତ୍ୟେକ ଭକ୍ତ ସଚେତନ ରହି ପ୍ରଶାସନକୁ ସହଯୋଗ କଲେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ । ସାମାଜିକ ସଂଗଠନ ଭାବେ ଯୁବ ଶକ୍ତି ଟ୍ରଷ୍ଟ ଆଗାମୀ ଦିନରେ ମଧ୍ୟ ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ଶକ୍ତି ଟ୍ରଷ୍ଟର ସମସ୍ତ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ଭକ୍ତମାନଙ୍କୁ ସଚେତନ କରିବା ସହ ଏକ ଶୃଙ୍ଖଳିତ, ସୁରକ୍ଷିତ ଓ ସଫଳ ରଥଯାତ୍ରା ପାଇଁ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking