ବଲାଙ୍ଗୀର: ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଟାଙ୍କୁଳପଦର ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ଏହି ଘଟଣା ଘଟାଇଥିଲେ। ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଟକାଇଥିଲେ। ପରେ ସେମାନେ ତାଙ୍କୁ ଜବରଦସ୍ତି ଅପହରଣ କରି ନେଇ ତାଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟିନେଇଥିଲେ।ତେବେ ଡାଟା ଏଣ୍ଟ୍ରି ଅପରେଟର ଜଣକ କୌଶଳରେ ଦୁର୍ବୃତ୍ତମାନଙ୍କ କବଳରୁ ପଳାଇ ଆସି ପୁଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ଅଧିକ ତଦନ୍ତ ଚାଲିଛି।










