ନୂଆଦିଲ୍ଲୀ: ଦିଲ୍ଲୀର ଏକ ଫର୍ଣ୍ଣିଚର ବଜାରରେ ଶୁକ୍ରବାର- ଶନିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଶାସ୍ତ୍ରୀ ପାର୍କର ଫର୍ଣ୍ଣିଚର ମାର୍କେଟରେ ହୋଇଥିବା ଅଗ୍ନିକାଣ୍ଡରେ ୩୦୦ ଦୋକାନ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । କିନ୍ତୁ ସେମାନେ ସମୟ ମଧ୍ୟରେ ପହଞ୍ଚି ନପପାରିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ ଦୋକାନକୁ ପୋଡି ଦେଇଥିଲା । ଅଗ୍ନିଶମ ବାହିନୀ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦମକଳ ଗାଡିଗୁଡିକ ଉପରେ ପଥର ମାଡ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଲୋକମାନେ ସେମାନଙ୍କ ଦୋକାନକୁ ବଞ୍ଚାଇବା ପାଇଁ ଦୌଡିଥିଲେ । କିନ୍ତୁ କାଠ ଓ ପ୍ଲାଇ ଉଡରେ ନିଆଁ ଲାଗିଯାଇଥିଲା । ଏହା ସମଗ୍ର ବଜାରକୁ ବ୍ୟାପିଯାଇଥିଲା । ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ତେବେ ଦମକଳ ଗାଡି ପହଞ୍ଚିବା ବେଳକୁ ଅଧିକାଂଶ ଦୋକାନ ପୋଡି ସାରିଥିଲା । ନିଆଁ ଲିଭାଇବା ପାଇଁ ପଚିଶଟି ଦମକଳ ଗାଡି କାମ କରିଥିଲା । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଯଦି ଦମକଳ ଗାଡି ଠିକ ସମୟରେ ପହଞ୍ଚି ଥାନ୍ତା, ତେବେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା । ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି । ତେବେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।










