33.1 C
Bhubaneswar
Tuesday, May 26, 2026
Homeଓଡିଶାଘରୁ ବାହାରିଲା କଫ ସିରପ ଓ ଗଞ୍ଜେଇ

ଘରୁ ବାହାରିଲା କଫ ସିରପ ଓ ଗଞ୍ଜେଇ

ସୋନପୁର: ସୋନପୁର ସହର ପଟଭାଡ଼ି ସ୍ଥିତ ହଲଦିପାଲି ରାସ୍ତାରେ ଥିବା ଜଣେ ତଥାକଥିତ ସାମ୍ବାଦିକଙ୍କ ଘରେ ପୁଲିସ ଚଢ଼ଉ କରିଛି। ତାଙ୍କ ଘରୁ ୧୬୪ ବୋତଲ ୱିନରେକ୍ସ କଫ ସିରପ, ୨ କିଲୋ ୮ଶହ ଗ୍ରାମ ଗଞ୍ଜେଇ, ନଗଦ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା, ଏକ ବ୍ରାଣ୍ଡେଡ ଏୟାର ପିସ୍ତଲ, ଅନଲାଇନ ପେମେଣ୍ଟ ସ୍କାନର, ଓଜନ ମେସିନ ଜବତ ହୋଇଛି। ଅଭିଯୁକ୍ତ ସାମ୍ବାଦିକ ଶଶାଙ୍କ ମିଶ୍ର ବାଇକ ଓ କାରରେ ପ୍ରେସ ଲେଖି ବୁଲୁଥିଲେ। ତେବେ ସେ ସାମ୍ବାଦିକତା କରୁନଥିଲେ।ଚଢ଼ଉ ବେଳେ ତାଙ୍କ ଘରୁ ସୂଚନା ମିଡିଆ’ ଲେଖାଥିବା ଏକ ବୁମ ଓ ଆଇ କାର୍ଡ ଜବତ ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ ଓ କଫ ସିରପ ଗଣତି କରାଯାଇଥିଲା। ଘଟଣାସ୍ଥଳରେ ଏସପି ନାରାୟଣ ନାୟକ ଓ ଅତିରିକ୍ତ ଏସପି କେକେ ହରିପ୍ରସାଦ ଉପସ୍ଥିତ ଥିଲେ। ଜବତ ହୋଇଥିବା ପିସ୍ତଲଟି ବ୍ରାଣ୍ଡେଡ କମ୍ପାନି ଦ୍ବାର ନିର୍ମିତ। ଏୟାର ପିସ୍ତଲ ହୋଇଥିଲେ ସୁଦ୍ଧା ଏଥିରେ ଜୀବନ ଚାଲିଯିବା ଆଶଙ୍କା ରହିଛି। ତେବେ ଅଧିକ ତଦନ୍ତ ପାଇଁ ପିସ୍ତଲକୁ ପରୀକ୍ଷା ପାଇଁ ପଠାହେବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking