34.1 C
Bhubaneswar
Friday, May 22, 2026
Homeଓଡିଶାଗାଧୋଇବାକୁ ଯାଇ ଚାଲିଗଲା ଜୀବନ: ଡ୍ୟାମରୁ ମୃତଦେହ ଉଦ୍ଧାର

ଗାଧୋଇବାକୁ ଯାଇ ଚାଲିଗଲା ଜୀବନ: ଡ୍ୟାମରୁ ମୃତଦେହ ଉଦ୍ଧାର

ନୂଆପଡା: ପାଣିରେ ବୁଡି ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତିଖାଲି ଡ୍ୟାମରେ ଗାଧୋଇବାକୁ ଆସିଥିଲେ ଚାରିଜଣ ସାଙ୍ଗ । ନୂଆପଡା ଜିଲ୍ଲା କୋମନା ଥାନା ପେଣ୍ଡରାବନ୍ଧ ପୋଲ ତଳେ ଗାଧୋଇବା ବେଳେ ଜଣେ ଯୁବକ ପାଣିରେ ବୁଡି ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଙ୍ଗଲ ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ବଡବାଙ୍କି ଗାଁର ୧୯ ବର୍ଷୀୟ ଗୋବିନ୍ଦ ମାଝୀ । ଗତକାଲି ସନ୍ଧ୍ୟାରେ ବଡବାଙ୍କି ଗାଁର ଗୋବିନ୍ଦ ମାଝି , ପ୍ରେମ ମାଝି, ଲକି ଧରୁଆଙ୍କ ସମେତ ୪ ଜଣ ଯୁବକ ଦୁଇଟି ବାଇକରେ ଖଡିଆଳ ବ୍ଲକ ଡିଖାଲି ଡ୍ୟାମକୁ ଗାଧୋଇବାକୁ ପୋଲ ତଳକୁ ଆସିଥିଲେ । ସେମାନେ ପେଣ୍ଡରାବନ୍ଧ ନିକଟରେ ଗାଧୋଉଥିଲୋ ଗାଧୋଉଥିବା ବେଳେ ବୋବିନ୍ଦ ନିଖୋଜ ହୋଇଥିଲେ । ୩ ଜଣ ସାଙ୍ଗ ଗୋବିନ୍ଦଙ୍କୁ ବହୁ ଖୋଜାଖୋଜି କରିଥିଲେ ତାଙ୍କ ପତ୍ତା ମିଳିନଥିଲା । ସନ୍ଧ୍ୟାରେ ୩ ଜଣ ବନ୍ଧୁ କୋମନା ଥାନାକୁ ଯାଇ ଜଣାଇଥିଲେ । ରାତି ହୋଇଥିବାରୁ ଅଗ୍ନିଶମ ଟିମ ଘଟଣାସ୍ଥଲରୁ ଫେରି ଯାଇଥିଲା । ଆଜି ଖୋଜା ଖୋଜି କରିବା ପରେ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking