34.1 C
Bhubaneswar
Friday, May 22, 2026
Homeଓଡିଶା୨୫ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

୨୫ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

କଟକ: ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି । ଶନିବାର ଏବଂ ରବିବାର ହାଇକୋର୍ଟ ବନ୍ଦ ରହୁଥିବାରୁ  ଅର୍ଥାତ୍ ଶୁକ୍ରବାର ଶେଷ କାର୍ୟ୍ୟ ଦିବସ । ଜୁନ୍ ୨୨ ତାରିଖରେ ପୁନର୍ବାର ଅଦାଲତ କାର୍ୟ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ହାଇକୋର୍ଟଙ୍କ ଏହି ଗ୍ରୀଷ୍ମ ଛୁଟି ସମୟରେ ୮ ଦିନ ଅବକାଶକାଳୀନ ଅଦଲତ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁସାରେ ଅବକାଶକାଳୀନ ସମସ୍ତ ଅଦାଲତ ଭର୍ଚୁଆଲ୍ ମୋଡରେ କାର୍ୟ୍ୟ କରିବ । ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କୋର୍ଟ ବିଭିନ୍ନ ମାମଲାର ଶୁଣାଣି କରିବେ ।

ଆସନ୍ତା ୨୬ ତାରିଖ ଓ ୨୯ ତାରିଖରେ ହାଇକୋର୍ଟର ଅବକାଶକାଳୀନ ଅଦାଲତ ବସିବ । ଏହି ଦୁଇଦିନ ଚାରିଟି ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି ହେବ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ. ଆର. ମହାପାତ୍ର ଏବଂ ଜଷ୍ଟିସ୍ ଏମ୍. ଏସ୍. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ । ପୁନର୍ବାର ଜଷ୍ଟିସ୍ କେ.ଆର. ମହାପାତ୍ର, ଜଷ୍ଟିସ୍ ଏମ୍. ଏସ୍. ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣ ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଜୁନ୍ ୨ ଓ ଜୁନ୍ ୫ରେ ଅବକାଶକାଳୀନ କୋର୍ଟରେ ଜଷ୍ଟିସ୍ ଏମ୍.ଏସ୍. ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ । ଏଥିସହ ଜଷ୍ଟିସ୍ ଏମ୍. ଏସ୍. ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣ ପୃଥକ ପୃଥକ ବେଞ୍ଚ୍ରେ ବିଭିନ୍ନ ମାମଲାର ଶୁଣାଣି କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking