33.3 C
Bhubaneswar
Thursday, July 2, 2026
Homeଓଡିଶାପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା: ଖାରଜ ହେଲା ଏହି ଆବେଦନ

ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା: ଖାରଜ ହେଲା ଏହି ଆବେଦନ

ଭୁବନେଶ୍ୱର: ବିଜେଡିର ପୂର୍ବତନ ବିଧାୟକ ତଥା ଏବେ ବିଜେଡିର ବିଦ୍ରୋହୀ ନେତା ପ୍ରଭାତ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରୁ ବଡ଼ ଝଟକା ମିଳିଛି । ଚିଟଫଣ୍ଡ ମାମଲାରେ ସିବିଆଇ କୋର୍ଟରେ ଚାଲିଥିବା କେସ ଖାରଜ କରିବା ନେଇ ପ୍ରଭାତ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆଜି ତାଙ୍କର ଏହି ଆବେଦନକୁ ଖାରଜ କରିବା ସହ ୬ ମାସ ମଧ୍ୟରେ ଏହି ମାମଲା ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉ କି, ସି ସୋର ଚିଟଫଣ୍ଡ କମ୍ପାନି ସହ ଅର୍ଥ ହେରଫେର ନେଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନି ବିଶ୍ୱାଳଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଥିଲା । ଏହାପରେ ସିବିଆଇ ତରଫରୁ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରି ଜେଲ ପଠାଯାଇଥିଲା । କିଛିଦିନ ଜେଲରେ ରହିବା ପରେ ଅସୁସ୍ଥତା କାରଣ ଦର୍ଶାଇ ସେ ଜାମିନରେ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking