ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ମାଲଦା ଅଞ୍ଚଳରେ ବେଆଇନ୍ ମାଙ୍ଗାନିଜ ଖଣି ଚୋରାଚାଲାଣ ବେଳେ ବଡ଼ ଅଘଟଣ । ଖଣି ଅତଡ଼ା ଧସି ପଡ଼ିବାରୁ ମାଟି ଓ ପଥର ତଳେ ଚାପି ହୋଇ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ । ମୃତକ ଯୁବକ ହେଲେ କ୍ରିସ୍ କଚ୍ଛପ । ସେହିପରି ଆଉଜଣେ ନାବାଳକ ରାଜ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକଙ୍କ ଅଣ୍ଟା ଓ ଗୋଡ଼ ଭାଙ୍ଗି ଯାଇଛି । ଗୁରୁତର ନାବାଳକଙ୍କୁ ତୁରନ୍ତ ଯୋଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ବେଆଇନ୍ ମାଙ୍ଗାନିଜ ଚୋରାଚାଲାଣକୁ ନେଇ ପୂର୍ବରୁ ମଧ୍ୟ ଏଭଳି ଘଟଣାରେ ବାରମ୍ବାର ଜୀବନହାନି ଘଟିଥିବା ବେଳେ ବନ୍ଦୁକ ମୁନରେ ମୁଣ୍ଡ ମଧ୍ୟ ଗଡିଛି। ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ବେଆଇନ୍ ଖଣି କାର୍ଯ୍ୟକଳାପ ଉପରେ ପ୍ରଭାବଶାଳୀ ରୋକ ଲାଗିପାରୁ ନାହିଁ ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ, ବେଆଇନ୍ ଖଣି କାରବାର ନେଇ ସ୍ୱତନ୍ତ୍ର ସ୍କ୍ୱାଡ୍, ଭିଜିଲାନ୍ସ ତଦନ୍ତ ସତ୍ତ୍ବେ କୌଣସି କଠୋର ପଦକ୍ଷେପ ନନେବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ।










