30.6 C
Bhubaneswar
Sunday, May 24, 2026
Homeଓଡିଶାଅବଧି ସରିବା ସତ୍ତ୍ବେ ଗଡ଼ୁଛି ୧୧୨ଟି ୧୦୮ ଆମ୍ବୁଲାନ୍ସ

ଅବଧି ସରିବା ସତ୍ତ୍ବେ ଗଡ଼ୁଛି ୧୧୨ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୪୨୦ ଆମ୍ବୁଲାନ୍ସର ଅବଧି ଶେଷ ହୋଇଛି। ଏହାକୁ ବଦଳାଯାଇ ପର୍ଯ୍ୟାୟକ୍ରମେ ନୂଆ ଅାମ୍ବୁଲାନ୍ସ ଏବେ ସେବାରେ ସାମିଲ ହୋଇଛି। ଅନ୍ୟପକ୍ଷରେ ଆଉ ୧୧୨ଟି ଆମ୍ବୁଲାନ୍ସର ଅବଧି ଶେଷ ହେବା ସତ୍ତ୍ବେ ଏବେବି ଏହା ଗଡ଼ୁଛି। ଯଦି କିଛି ଅଘଟଣ ଘଟିବ, ଏଥିପାଇଁ କିଏ ଦାୟୀ ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମାଗଣା ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ। ପ୍ରାୟ ୮୬୦ଟି ଆମ୍ବୁଲାନ୍ସ ସେବାରେ ନି‌େ‌ୟାଜିତ ରହିଛି। ହେଲେ ଜନସଂଖ୍ୟା ଦୃଷ୍ଟିରୁ ଯେତିକି ଆମ୍ବୁଲାନ୍ସର ଆବଶ୍ୟକତା ରହିଛି, ସେହି ଅନୁପାତରେ ନାହିଁ। ଏଥିଯୋଗୁଁ ନିର୍ଦିଷ୍ଟ ସମୟରେ ଆମ୍ବୁଲାନ୍ସ ରୋଗୀଙ୍କ ନିକଟରେ ପହଞ୍ଚୁନଥିବା ଅଭିଯୋଗ ହେଉଛି। ମୋଟ ୮୬୦ଟି ଆମ୍ବୁଲାନ୍ସ ମଧ୍ୟରୁ ପ୍ରାୟ ୧୧୨ଟି ଆମ୍ବୁଲାନ୍ସର ଅବଧି ଶେଷ ହୋଇଛି। ଅର୍ଥାତ ୫ ବର୍ଷରେ ୫ ଲକ୍ଷ କିଲୋମିଟର ଗଡ଼ି ସାରିଲାଣି। ଏହାପରେ ବି ଉକ୍ତ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ ରହିଛି। ଉକ୍ତ ଆମ୍ବୁଲାନ୍ସକୁ ତୁରନ୍ତ ବଦଳାଯିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି। ଏହାକୁ ଅପସାରଣ କରାଯାଇ ନୂଆ ଆମ୍ବୁଲାନ୍ସ ଆଣିବାକୁ ଯୋଜନା ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking