29.1 C
Bhubaneswar
Thursday, May 21, 2026
Homeଓଡିଶାଅନଲାଇନ ଔଷଧ ବିକ୍ରି ବିରୋଧରେ ଦେବଗଡ଼ରେ ସମସ୍ତ ଔଷଧ ଦୋକାନ ବନ୍ଦ

ଅନଲାଇନ ଔଷଧ ବିକ୍ରି ବିରୋଧରେ ଦେବଗଡ଼ରେ ସମସ୍ତ ଔଷଧ ଦୋକାନ ବନ୍ଦ

ଦେବଗଡ଼: ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରାରେ ଦେବଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘ ପକ୍ଷରୁ ଏକାଧିକ ଦାବୀ ନେଇ ଆଜି ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି ।ଔଷଧର ଅନ ଲାଇନ ବିକ୍ରୟ ବନ୍ଦ, କର୍ପୋରେଟ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା ଓ ବଜାରରୁ ନକଲି ଔଷଧ ଏଡାଇବା ଆଦି ଦାବୀ ନେଇ ସର୍ବ ଭାରତୀୟ ସ୍ତରର ବନ୍ଦ ଡାକରାକୁ ସମର୍ଥନ କରି ଜିଲ୍ଲା ଔଷଧ ଦୋକାନୀ ସଙ୍ଘ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ ରହଇଛି । ତେବେ ଜରୁରୀ କାଳୀନ କ୍ଷେତ୍ରରେ ଏହା କୋହଳ କରାଯିବା ନେଇ ଜିଲ୍ଲା ସଙ୍ଘ ଘୋଷଣା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking