27.5 C
Bhubaneswar
Monday, June 22, 2026
Homeଓଡିଶାଅଦଳବଦଳ: ସୋର ଶବ ସିଲିଗୁଡ଼ିରେ

ଅଦଳବଦଳ: ସୋର ଶବ ସିଲିଗୁଡ଼ିରେ

ବାଲେଶ୍ବର: ବାଲେଶ୍ବର ସୋରରେ ଶବ ପରିବର୍ତ୍ତନ ଭଳି ଅଭାବନୀୟ ଘଟଣା ଘଟିଛି। ପୁଅର କଫିନ୍ ଖୋଲିବା ବେଳେ ଦେଖିବାକୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ। ଯୋଗାଯୋଗ ପରେ ଜଣାପଡ଼ିଲା ମୃତଦେହଟି ପଶ୍ଚିମବଙ୍ଗ ସିଲିଗୁଡ଼ିର। ସୂଚନା ଅନୁଯାୟୀ, ମୂଳିସିଂ ଗାଁର ରାକେଶ, ଯିଏ ବେଙ୍ଗାଳୁରୁରେ ସଫ୍ଟୱେର ଇଞ୍ଜିନିୟର ଥିଲେ, ଶୁକ୍ରବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ବେଙ୍ଗାଲୁରୁ ଏୟାରପୋର୍ଟ ଦେଇ ସୋର ପଠାଯାଇଥିଲା।

ତେବେ ପରିବାର କଫିନ୍ ଖୋଲିବା ବେଳେ ରାକେଶଙ୍କ ବଦଳରେ ଅନ୍ୟ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଯୋଗାଯୋଗ ପରେ ଜଣାପଡ଼ିଲା ଯେ ଏହା ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଆସିଥିବା ଏକ ମୃତଦେହ। ଅନ୍ୟପଟେ, ରାକେଶଙ୍କ ମୃତଦେହ ଭୁଲବଶତଃ ସିଲିଗୁଡ଼ି ପଠାଯାଇଥିଲା। ବେଙ୍ଗାଲୁରୁ ଏୟାରପୋର୍ଟରେ ତ୍ରୁଟିବଶତଃ ଏହି ଅଦଳବଦଳ ହୋଇଥିବା ସ୍ପଷ୍ଟ ହୋଇଛି। ଜଣାପଡ଼ିବା ପରେ ଉଭୟ ପରିବାର ମୃତଦେହ ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking