ମେଷ : ଆଜି ଚାକିରୀ କ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ସୁସମ୍ବାଦ ପାଇ ଖୁସି ହେବେ। ବେକାରୀଙ୍କ ପାଇଁ ଅର୍ଥ ଉପାର୍ଜନର ସୁଯୋଗ ଆସିବ।
ବୃଷ : ଆଜି ଠାକୁର ପୂଜାରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ସନ୍ତାନ ବର୍ଗ ଆପଣଙ୍କ ଠାରୁ ସୁଖ ଶାନ୍ତି ଆଶା କରିବେ। ଚାକିରୀରେ କର୍ତୃପକ୍ଷଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ। କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦୂର କରିବା ପାଇଁ ଚେଷ୍ଟା କରିବେ।
ମିଥୁନ : ରାଜନୀତିରେ ମାନସମ୍ମାନ ପାଇପାରନ୍ତି। ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମାଧ୍ୟମରେ ଆଶା ପୂରଣ ହେବ। ଜୀବନରେ ଶାନ୍ତି ଆସିବା ପାଇଁ ବହୁତ ଚେଷ୍ଟା କରିପାରନ୍ତି। କେତେକ ସମ୍ପର୍କରେ ସରସତା ବଢ଼ିପାରେ।
କର୍କଟ : ଆଜି ବ୍ୟବସାୟରେ ଆଶାଦିତ ଲାଭ ପାଇବେ। ଆର୍ଥିକ ସ୍ଥିତିି ସ୍ୱଚ୍ଛଳ ରହିବ। ଶୁଭ ଖବର ପାଇ ଖୁସି ରହିବେ। ପୁରୁଣା ବନ୍ଧୁଙ୍କ ସହିତ ସମ୍ପର୍କ ମଜବୁତ ହେବ। ସୁଆଦିଆ ଖାଦ୍ୟ ଭୋଜନ କରିବେ।
ସିଂହ : ଆଜି ପରିଶ୍ରମର ଫଳ ସନ୍ତୋଷଜନକ ହେବ। ବନ୍ଧୁବର୍ଗ ବହୁତ ସହାୟକ କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟୀ ହେବେ।
କନ୍ୟା : ଚାକିରୀ ବୃତିରେ ଶୃଙ୍ଖଳା ଦେଖାଦେବ। ସେୟାର ବଜାରରୁ ଲାଭ କମ ମିଳିପାରେ। ବନ୍ଧୁ ତଥା ପ୍ରିୟଜନ ଆପଣଙ୍କୁ ହାତ ବଢ଼ାଇବେ। ମହିଳାମାନେ ଅନ୍ୟଦ୍ୱାରା ସାହାଯ୍ୟ ପାଇବେ।
ତୁଳା : ଆଜିର ଦିନଟି କାର୍ଯ୍ୟରେ ବ୍ୟସ୍ତ ରହିବେ। ବନ୍ଧୁ ମତାନ୍ତର ଘଟିପାରେ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।
ବିଛା : ଦିନ ସାରା ଆଜି ଆପଣ ବେପାର ବୃତିରେ ବେଶି ଲାଭ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ପ୍ରେମ ସମ୍ପର୍କରେ ଆଜିର ଦିନଟି ଶୁଭ। ବହୁତ ଦିନର ଆଶା ପୂରଣ ହେବ।
ଧନୁ : ଆଜି ନୂଆ ଚାକିରୀ ପାଇଁ ଆବେଦନ କରିବେ। ଗୃହ ଉପକରଣ କରିବା ପାଇଁ ସହରକୁ ଯାଇପାରନ୍ତି। ଭାଗିଦାରି କାରବାରରୁ ଲାଭ କମ ମିଳିପାରେ। ବନ୍ଧୁଙ୍କ ଶତ୍ରୁତାର ଶୀକାର ହୋଇପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ଆଶା ନେଇ ପାଠ ପଢ଼ିବେ।
ମକର : ସାମାଜିକ କାର୍ଯ୍ୟରେ ସମୟ ଦେବେ। ବନ୍ଧୁ ଭାବେ କାହାରିକୁ ଗ୍ରହଣ କରିପାରନ୍ତି। ଧନ ଲାଭ ହେବ। ପାରିବାରିକ ଜୀବନ ସୁଖ ମୟ ହେବ। ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ। ପ୍ରେମ ସମ୍ପର୍କରେ ସରସତା ଆସିବ।
କୁମ୍ଭ : ବ୍ୟବହାରେ ସଂସ୍କାର ଆଣିବେ। ବାହାର କାମରେ ଗଲାବେଳେ ଜିନିଷ ପତ୍ର ସାବଧାନରେ ସହ ନିଅନ୍ତୁ। ପାରିବାରିକ ସମସ୍ୟା ଦେଖାଦେବ। ପଡ଼ୋଶୀଙ୍କ ପ୍ରବେଶକୁ ସମ୍ମାନ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଜନୀତିରେ ସକ୍ରିୟ ରହିବେ।
ମୀନ : ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ। ଅସୁବିଧାର ସମ୍ମୁଖିନ ହେବେ। ଶତ୍ରୁଙ୍କ ପାଖରୁ ସାବଧାନ ରୁହନ୍ତୁ। ବଡ଼ ସହରକୁ ଯାତ୍ରା କରିପାରନ୍ତି।










