ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ନିଆଁ । ଭୋର ରାତି ସମୟରେ ଆପାର୍ଟମେଣ୍ଟରେ ନିଆଁ ଲାଗି ୩ ଜଣ ଜୀବନ୍ତ ଦଗ୍ଧ । ଅଗ୍ନିଶମ ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଭୋର ୩.୩୦ ସମୟରେ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିିବା ପୂର୍ବରୁ ଏହି ଅଗ୍ନିକାଣ୍ଡରେ ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀ ଓ ମହିଳା କେୟାର ଟେକରଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ଗୁରୁତର ଅବସ୍ଥାରେ ଜଣେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଛି । ଏହି ଅଗ୍ନିକାଣ୍ଡ କାହିଁକି ଘଟିଲା ଏବଂ କେଉଁ ପରିସ୍ଥିତିରେ ଘଟିଲା ଏସବୁ ଦିଗକୁ ନେଇ ଆଗକୁ ଅନୁସନ୍ଧାନ କରାଯିବ । ପ୍ରାଥମିକ ଅନୁନ୍ଧାନରୁ ଅନୁମାନ କରାଯାଉଛି ଯେ ସର୍ଟ ସର୍କିଟ୍ କାରଣରୁ ଏଭଳି ପରିସ୍ଥିତି ଉପୁଜିଥାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।










