ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ୟୁଏଇ ଉପରେ ଇରାନର ଡ୍ରୋନ ଆକ୍ରମଣ । ତୈଳ ବିଶୋଧନାଗାରରେ ଲାଗିଲା ନିଆଁ ।ଫୁଜଇରାହ ତୈଳ ବିଶୋଧନାଗାରରେ ଜଳୁଛି ନିଆଁ । ଏହି ନିଆଁରେ ୩ ଜଣ ଭାରତୀୟ ଆହତ ହୋଇଛନ୍ତି । ଏପ୍ରିଲ ୮ରେ ଆମେରିକା ଓ ଇରାନ ଉପରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଥିଲା । ଏହାପରେ ୟୁଏଇ ଉପରେ ଇରାନର ଏହା ପ୍ରଥମ ଆକ୍ରମଣ । ଡ୍ରୋନ ଆକ୍ରମଣ ନେଇ ଇରାନ ବିରୋଧରେ ୟୁଏଇ ଉପରେ ଇରାନର ଏହା ପ୍ରଥମ ଆକ୍ରମଣ । ଡ୍ରୋନ ଆକ୍ରମଣ ନେଇ ଇରାନ ବିରୋଧରେ ୟୁଏଇ ଅଭିଯୋଗ କରିଛି । ସେପଟେ ଇରାନ ଏହି ଡ୍ରୋନ ଆକ୍ରମଣ କରିଥିବା କଥାକୁ ଖଣ୍ଡନ କରିଛି । ସେପଟେ ଗୁରୁତ୍ୱପୂର୍ଣ୍ଣ ହରମୁଜ ପ୍ରଣାଳୀରେ ଆମେରିକାର ଅବରୋଧ ଜାରି ରହିଛି । ସେଠାରେ ବିଭିନ୍ନ ଦେଶର ଜାହାଜ ଅଟକି ରହିଥିବା ବେଳେ ଆମେରିକା ଆରମ୍ଭ କରିଛି ଅପରେସନ ପ୍ରୋଜେକ୍ଟ ଫ୍ରିଡମ । ଇରାନର ୭ଟି ନୌକାକୁ ଧ୍ୱଂସ କରିଥିବା ଆମେରିକା ଦାବି କରିଛି ।










