32.1 C
Bhubaneswar
Monday, May 11, 2026
Homeଓଡିଶାକିନ୍ନର ମାନଙ୍କ ନିମନ୍ତେ ସୋଆ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ୨-ଦିନିଆ ଆଇନ୍‌ଗତ ସହାୟତା ଶିବିର ଆୟୋଜିତ

କିନ୍ନର ମାନଙ୍କ ନିମନ୍ତେ ସୋଆ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ୨-ଦିନିଆ ଆଇନ୍‌ଗତ ସହାୟତା ଶିବିର ଆୟୋଜିତ

ଭୁବନେଶ୍ୱର: ସମାଜର ସବୁବର୍ଗଙ୍କୁ ସମାନ ଆଇନ୍ ଏବଂ ସାମାଜିକ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ କିନ୍ନର ସମ୍ପ୍ରଦାୟଙ୍କ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ପକ୍ଷରୁ ନିକଟରେ ଦୁଇ ଦିନିଆ ଆଇନ୍ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର (ଡକ୍ଟର) ଏସ୍‌.ଏ.କେ. ଆଜାଦଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ପ୍ରାୟ ୧୦୦ ଜଣ କିନ୍ନର ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଲିଗାଲ ଏଡ୍ ସୋସାଇଟିର ୩୦ ଜଣ ସ୍ୱେଚ୍ଛାସେବୀ ଏବଂ ସଦସ୍ୟ ସକ୍ରିୟ ଭାବେ ସାମିଲ ହୋଇ କାର୍ଯ୍ୟ କରିଥିଲେ ।

ପ୍ରଥମ ଦିନର ଶିବିରଟି ଭୁବନେଶ୍ୱର ସ୍ଥିତ ଡମଣା ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖୀ’ ଫାଉଣ୍ଡେସନ୍‌ର ସହଭାଗିତାରେ ଆୟୋଜିତ ହୋଇଥିଲା । ସ୍ୱେଚ୍ଛାସେବୀମାନେ ଏହି ଅନୁଷ୍ଠାନର କିନ୍ନର ସମ୍ପ୍ରଦାୟର ଜଣ ଜଣଙ୍କ ସହ ଆଲୋଚନା କରି ସେମାନେ କିଭଳି ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଜାଣିବା ସହ ସେମାନଙ୍କୁ ନିଜର ମୌଳିକ ଅଧିକାର, ଆଇନଗତ ସୁରକ୍ଷା ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ‘ସଖୀ’ର ସଭାନେତ୍ରୀ ସ୍ୱିଟି ସାହୁ ଯୋଗ ଦେଇ ନିଜ ଯାତ୍ରା ଓ ସଫଳତା ବଖାଣି ଥିଲେ । ସେହିପରି ଦ୍ୱିତୀୟ ଦିନର ଶିବିର ସୁନ୍ଦରପଦା ଅଂଚଳରେ ଆୟୋଜନ କରାଯାଇଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସଖା’ର ପ୍ରତିଷ୍ଠାତା ମୀରା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିବିରରେ ସାମିଲ ହୋଇଥିବା ପ୍ରତିନିଧିମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ସହ ସମାନତା, ଆତ୍ମସମ୍ମାନ ଏବଂ ସାମାଜିକ ଅନ୍ତର୍ଭୁକ୍ତି ସମ୍ପର୍କରେ ସଚେତନ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ଏବଂ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମକୁ ଏସ୍‌ଏନ୍‌ଆଇଏଲ୍‌ର ଫ୍ୟାକଲ୍ଟି ମେମ୍ବର୍ସ ଶ୍ରୀ ସିଦ୍ଧାର୍ଥ ଦାସ, ଶ୍ରୀ ପ୍ରମିଥ ନନ୍ଦୀ, ଶ୍ରୀ ହିମାଂଶୁ ଶେଖର ମୁଦୁଲି ଓ ଶ୍ରୀ ଅନୁରାଗ ଦାସ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking