32.1 C
Bhubaneswar
Monday, May 11, 2026
Homeଓଡିଶାସମ୍ ନର୍ସିଂ କଲେଜ-୨ ଫୁଲନଖରା ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ ଦିବସ ପାଳିତ

ସମ୍ ନର୍ସିଂ କଲେଜ-୨ ଫୁଲନଖରା ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ ଦିବସ ପାଳିତ

ଭୁବନେଶ୍ୱର: ଫୁଲନଖରା ସ୍ଥିତ ସମ ନର୍ସିଂ କଲେଜ-୨ ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ୍ ଦିବସ ପାଳନ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନଙ୍କ ବିଶେଷ ଭୁମିକା ଏବଂ ରୋଗୀଙ୍କ ଜୀବନ ବଂଚାଇବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟଧାରାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ । ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରସ୍ଥିତ ସରକାରୀ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ରେଣୁକା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଯୁଗ୍ମ ଡିଏମ୍‌ଇଟି ଡାକ୍ତର ରୋମା ରତନ ସାହୁ ସ୍ୱତନ୍ତ୍ର ଅତିଥି ଓ ଭୁବନେଶ୍ୱର ଏମ୍ସର ନର୍ସିଂ ସୁପରିଟେଣ୍ଡେଂଟ ତଥା ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ଗୀତାରାଣୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ଳୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମ ଦିନକୁ ସମଗ୍ର ବିଶ୍ୱରେ ନର୍ସେସ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଉପଲକ୍ଷେ ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ଆୱାର ନର୍ସେସ୍‌, ଆୱାର ଫ୍ୟୁଚର, ଏମ୍ପାୱାରଡ ନର୍ସେସ୍ ସେଭ୍ ଲାଇଭ୍‌ସ’ । ରୋଗୀଙ୍କ ସେବା ଓ ଚିକିତ୍ସା ସହ ସେମାନଙ୍କର ଜୀବନ ବଂଚାଇବା ଦିଗରେ ନର୍ସ ମାନଙ୍କୁ କିଭଳି ସଶକ୍ତ କରିହେବ ସେନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନଙ୍କର ବିଶେଷ ଭୁମିକା ରହିଛି । ତେଣୁ ତାଙ୍କୁ ଆହୁରି ସଶକ୍ତ କରିବା ପାଇଁ ଡବ୍ଲୁଏଚ୍‌ଓ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଅତିଥି ମାନେ ବକ୍ତବ୍ୟରେ କହିଥିଲେ । କାର୍ଯକ୍ରମରେ ସମ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରୀପାଠି ଏବଂ ସମ ନର୍ସିଂ କଲେଜ-୨ର ଡିନ୍ ପ୍ରଫେସର ଅନୁରାଧା ପଣ୍ଡା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରୁସ୍କୃତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking