31.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଡାକ୍ତରମାନଙ୍କୁ କାର୍ଯ୍ୟରୁ ଫେରିଯିବାକୁ ସୁପ୍ରିମକୋର୍ଟଙ୍କ ଆହ୍ୱାନ

ଡାକ୍ତରମାନଙ୍କୁ କାର୍ଯ୍ୟରୁ ଫେରିଯିବାକୁ ସୁପ୍ରିମକୋର୍ଟଙ୍କ ଆହ୍ୱାନ

ନୂଆଦିଲ୍ଲୀ : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଘଟଣାକୁ ନେଇ ଏମ୍ସ ରେସିଡେଣ୍ଟ ଡାକ୍ତରମାନେ କରିଥିବା ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଡାକ୍ତରମାନଙ୍କୁ କାର୍ଯ୍ୟରୁ ଫେରିଯିବାକୁ ଆହ୍ୱାନ କରିଛନ୍ତି।
ଆଇନ ତା ବାଟରେ କାର୍ଯ୍ୟ କରୁଛି। ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟ ଜାରି ରଖିବା ଉଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିସହ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନ୍ଦୋଳନରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରକାଶ ଥାଉକି, ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସୁରକ୍ଷା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking