ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁଛି । ଆସାମରେ ବିଜେପି ସରକାର କ୍ଷମତାକୁ ଫୋରିବା ସମୟରେ ମମତା ବାନାର୍ଜୀଙ୍କ ସରକାର ବଙ୍ଗଳାରେ କ୍ଷମତା ହରାଉଥିବା ପରି ମନେ ହେଉଛି । ଏହି ସମୟରେ ପ୍ରକାଶ ପାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ପ୍ରାୟ ସାଢେ ୬ଟା ରେ ବିଜେପି ମୁଖ୍ୟାଳୟ ପରିଦର୍ଶନ କରିବେ । ସେହିପରି ପଶ୍ଚିମବଙ୍ଗ ସମେତ ଦ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଇଛି । ସେହିପରି ତାମିଲନାଡୁର ୨୩୪ , କରଳମର ୧୪୦ ଆସନ, ଆସାମର ୧୨୬ ଆସନ ତଥା କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ୨୯ ଆସନ ପାଇଁ ଭୋଟ ଗଣତି ଜାରି ରହିଛି ।










