28.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…..

ମେଷ : ଆଜି ଶେଷ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପଡ଼ିବ ।ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଗତିକରିବେ । ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । ନିର୍ମାଣ କାମ ପାଇଁ ହଠାତ ଅର୍ଥର ଆବଶ୍ୟକତା ପଡ଼ିବ ।
ବୃଷ : ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । କର୍ମକ୍ଷେତ୍ର ଓ ସଭାସମିତିରେ ସମ୍ମାନ ଲାଭ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମହିଳାମାନେ ଘର କଥାକୁ ନେଇ ସ୍ୱାମୀଙ୍କ ସହ ଆଲୋଚନା କରିବେ । ଛାତ୍ରଛାତ୍ରୀମାନେ ଆନୁଷ୍ଠାନିକ କାମରେ ମନଦେବେ ।
ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ଭୂଲ ବୁଝାମଣା ଲାଗି ରହିବା ଯୋଗୁ ମନକୁ ବାରମ୍ବାର ଆଲୋଡ଼ନ କରିବ । ଯାହା ଫଳରେ ମନଟା ଦିନ ସାରା କେମିତି କେମିତି ଲାଗିବ । ଦେହ ଭଲ ରହିବ ନାହିଁ । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ । ମାତ୍ର ଉପସ୍ଥିତ ବୃଦ୍ଧି ପ୍ରୟୋଗ କରି କାମ କରି ନେବେ ।
କର୍କଟ : ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଏମିତି କେତେକ ପରିସ୍ଥିତିରେ ଚଳିବାକୁ ବାଧ୍ୟ ହେବେ । ଯାହା ଦ୍ୱାରା କି ଜାଣି ଶୁଣି ସବୁ କଥାରେ ନୀରିବ ରହିବାକୁ ପଡ଼ିବ । ମହିଳାମାନେ ସମସ୍ୟାର ସରଳ ସମାଧାନ କରିପାରିବେ ।
ସିଂହ : ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କିନ୍ତୁ ମାନସିକ ସ୍ଥିତି ବିଶେଷ ଭଲ ରହି ନପାରେ । ପରିସ୍ଥିିତି ବିଗିଡ଼ି ଯାଇ ପାରେ । ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ । ସାଧାରଣ କଥାରେ ବଚଶା ଲାଗିପାରେ । ମହିଳାମାନେ ଗୃହ କାର୍ଯ୍ୟ ପାଇଁ ଆଗେଇ ଆସିବେ ।
କନ୍ୟା : କ୍ରୀଡ଼ା ସଂଙ୍ଗୀତ ଚଳଚିତ୍ର ପ୍ରତିଯୋଗିତାରେ ସଫଳତା ପାଇବେ । ଆଜି ଆପଣଙ୍କର ମନ ଖୁସି ରହିବ । ଅଳଙ୍କାର ଓ ଔଷଧ ପତ୍ର ଓ ସୌଖିନି ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳାମାନେ ବନ୍ଧୁମାନଙ୍କ ସମର୍ଥନ ହାସଲ କରିବେ ।
ତୁଳା : କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟ ପାଇବେ । ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର ଦିନ ଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ।
ବିଛା : ଯାତ୍ର ସମୟରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ । ଟିକେ କଥାରେ ରାଗିଯାଇ ଯାହା ପାଇବେ ତାହା କହି ପକାଇବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।
ଧନୁ : ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ । ଏକ ପ୍ରକାର ନିଶ୍ଚିନ୍ତ ସହ ସହକର୍ମୀଙ୍କ ସହ ଶତ୍ରୁତା କାରଣରୁ ସବୁ ଠିକ ହୋଇଯିବ । ପୂର୍ବରୁ ବିଗିଡ଼ିଯାଇପାରେ । ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେଲେ ମଧ୍ୟ ସନ୍ତୋଷ ଜନକ ହେବେ ନାହିଁ ।
ମକର : ପ୍ରିୟ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ । ପିଲାମାନଙ୍କ ପଢ଼ା ସମସ୍ୟା ହେବ ନାହିଁ । ମନ ଭାରାକ୍ରାନ୍ତ ହେବ । ଆପଣଙ୍କୁ ଆଜି ବନ୍ଧୁ ସାହାଯ୍ୟ କରିବେ ।
କୁମ୍ଭ : ଆଜି କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ସନ୍ତାନମାନଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ । ଅନ୍ୟମାନଙ୍କ କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ ।
ମୀନ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଆଜିର ଦିନଟି ଆନନ୍ଦ ଉଲ୍ଲାସରେ ସମୟ କଟିବ । ସାମନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଅରାଗେଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking