ଗଞ୍ଜାମ: ପୁଣି ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ । ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ପୁଣି ଥାନାରେ ହାଜର ହେବେ ବିକ୍ରମ ପଣ୍ଡା । ଗୋସାଣୀନୂଆଗାଁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଆଇନଜୀବୀଙ୍କ ଅଭିଯୋଗ ପରେ ମାମଲା ରୁଜୁ । ଥାନାରେ ପଚରାଉଚରା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।










