32.1 C
Bhubaneswar
Monday, May 4, 2026
Homeଓଡିଶାବୋଲେରୋ- ହାଇୱା ଧକ୍କା: ୫ ମୃତ

ବୋଲେରୋ- ହାଇୱା ଧକ୍କା: ୫ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋ ସହିତ ହାଇୱା ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ରହିଛନ୍ତି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରୁ ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ୫୩ ଜାତୀୟ ରାଜପଥ ବରଡା ଛକ ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ହାଇୱାକୁ ଜୋରଦାର ଧକ୍କା ଦେଇଥିଲା ବୋଲେରୋ । ଯାହା ଫଳରେ ଗାଡିରେ ଥିବା ଯାତ୍ରୀ ଚାପି ହୋଇାଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଟିମ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହୋଇଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଜଣ ଶିଶୁ ସୁରକ୍ଷିତ ହୋଇ ରହିଛନ୍ତି । ଘଟଣାସ୍ଥଳରେ ଯାଜପୁର ଏସଡିପିଓ, ବଡଚଣା ପୋଲିସ, ଜେନାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking