ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି । ଏପ୍ରିଲ ୨୩ରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୩୪ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ସମାପ୍ତ ହୋଇଥିଲା । ରାଜ୍ୟରେ ୮୫% ରୁ ଅଧିକ ଭୋଟଦାନ ରେକର୍ଡ କରାଯାଇଥିଲା । କଡା ସୁରକ୍ଷା ଏବଂ ବିସ୍ତ୍ରୃତ ଯୋଜନା ସହିତ ଭାରତୀୟ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳିତ ହୋଇଥିଲା । ବିଜୟଙ୍କ ଦଳ ଟିଭିକେ ୧୦୦ଟି ଆସନ ଅତିକ୍ରମ କରିଛି । ତାମିଲନାଡୁରେ ଟିଭିକେର ଜବରଦସ୍ତ ପ୍ରଦର୍ଶନ ହୋଇଛି । ଦୁଇ ପ୍ରମୁଖ ଦଳ ଡିଏମକେ ଓ ଏଆଇଏଡିଏମକେ ପଛରେ ଅଛନ୍ତି । ଡିଏମକେ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ ରହିଛି ।










