32.1 C
Bhubaneswar
Monday, May 4, 2026
Homeଦେଶ ବିଦେଶକେରଳରେ ୩ଟି ଆସନରେ ବିଜେପି ଆଗୁଆ

କେରଳରେ ୩ଟି ଆସନରେ ବିଜେପି ଆଗୁଆ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ ୟୁନାଇଟେଡ ଡେମାକ୍ରାଟିକ ଫ୍ରଣ୍ଟ (ୟୁଡିଏଫ) ପ୍ରାୟ ୯୨ଟି ଆସନରେ ଆଗୁଆ ଥିବା ବେଳେ ସିପିଆଇଏମ ନେତୃତ୍ୱାଧୀନ ବାମ ଡେମାକ୍ରାଟିକ ଫ୍ରଣ୍ଟ (ଏଲଡିଏଫ) ୪୦ଟି ଆସନରେ ଆଗୁଆ ଥିବା ବେଳେ ପ୍ରାୟ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଗରେ ଅଛି । ଏଲଡିଏଫ ଏବଂ ୟୁଡିଏଫ ପ୍ରତ୍ୟେକ ୪୧ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୫ଟି ଆସନରେ ଆଗୁଆ ଅଛି । ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ ପ୍ରତିଦ୍ୱନ୍ଦୀତା ଠାରୁ ତାମିଲନାଡୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ ଓ ୟୁଡିଏଫ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି – କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କାହାର ହେବ ବାଜିମାତ ମସେ ନେଇ ସମସ୍ତଙ୍କର ନଜର ରହିଛି । ସୋମବାର ପଶ୍ଚିମବଙ୍ଗ, ତାମିଲନାଡୁ , କେରଳ, ଆସାମ ଓ ପୁଡୁଚେରୀ ରେ ୮୨୩ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ପଶ୍ଚିମବଙ୍ଗର ଫାଲଟାକୁ ଛାଡି ୨୯୩ ଆସନ , ତାମିଲନାଡୁର ୨୩୪ ଆସନ କେରଳର ୧୪୦ ଆସନ, ଆସାମର ୧୨୬ ଓ ପୁଡୁଚେରୀରେ ୩୦ ଆସନରେ ସକାଳ ୮ଟାରୁ ଭୋଟ ଗଣତି ହୋଇସାରିଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking