35.1 C
Bhubaneswar
Wednesday, April 29, 2026
Homeଓଡିଶାଏଫଏମ୍ କଲେଜ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଓଡ଼ିଆ ବିଭାଗ ଏଚଓଡିଙ୍କ ଚାଟ୍ ଭାଇରାଲ୍

ଏଫଏମ୍ କଲେଜ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଓଡ଼ିଆ ବିଭାଗ ଏଚଓଡିଙ୍କ ଚାଟ୍ ଭାଇରାଲ୍

ବାଲେଶ୍ୱର : ବାଲେଶ୍ଵର ଏଫଏମ୍ କଲେଜର ପିଛା ଛାଡ଼ୁନି ବିବାଦ। ଛାତ୍ରୀ ଆତ୍ମାହୁତି ମାମଲା ପରେ ଏବେ ପୁଣି ଚର୍ଚ୍ଚାରେ FM କଲେଜ। ଆଉ ଜଣେ ଏଚଓଡିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଡ଼ୁଆରେ ଓଡ଼ିଆ ବିଭାଗ ସାର୍। ଭାଇରାଲ୍ ହେଉଛି ସାରଙ୍କ ହ୍ଵାଟସଆପ୍ ଡାର୍ଟି ମେସେଜ୍। ପଦାରେ ପଡ଼ିଲା କଳା କାରନାମା। ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀ। ବାଲେଶ୍ଵର ଏଫଏମ୍ କଲେଜର ପିଛା ଛାଡ଼ୁନି ବିବାଦ। ସମୀର ସାହୁଙ୍କ ପରେ ଏବେ ଆଉ ଜଣେ ପ୍ରଫେସରଙ୍କ କଳା କାରନାମା ସାମ୍ନାକୁ ଆସିଛି। ହ୍ଵାଟସଆପ୍ ଚାଟ୍ ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଚାଟ୍ ଭାଇରାଲ୍ ହେଉଛି। ତେବେ ସାର୍ ଜଣଙ୍କୁ ନୁହେଁ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନରୁ ମେସେଜ୍ ଡିଲିଟ୍ କରିବାକୁ ବାଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି।

ଏନେଇ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ତାଙ୍କୁ ଟାର୍ଗେଟ୍ କରି ବ୍ୟାକ୍ ଲଗାଇ ଦିଆ ଯାଉଥିବା କହିଛନ୍ତି। ଅଭିଯୁକ୍ତ ପ୍ରଫେସରଙ୍କ ବିରୋଧରେ ୯ଜଣ ଛାତ୍ରଛାତ୍ରୀ ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଆଉ ଜଣେ ଛାତ୍ରୀ ରିଜିଓନାଲ ଡାଇରେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ସମ୍ପୃକ୍ତ ପ୍ରଫେସର୍ ଙ୍କୁ ମଧ୍ୟ ଏଚ୍ ଓଡି ପଦରୁ ଅନ୍ତର ରଖାଯାଇଛି। ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ପୁଣି ଏକାଧିକ ଛାତ୍ରୀମାନଙ୍କୁ ଚାଟିଂ, ମେସେଜ ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ୍ ଅଧକ୍ଷ ଦିଲୀପ କୁମାର ଦାସ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking