33.1 C
Bhubaneswar
Monday, October 5, 2026
Homeଓଡିଶାହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର

ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର : ଓଡଆ ଫିଲ୍ମ ଜଗତରୁ ଦୁଃଖଦ ଖବର।  ଭୁବନେଶ୍ବର ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡିଆ ଫିଲ୍ମ ନିର୍ଦ୍ଦେଶକ ଜଣକ ହେଲେ ଏସ୍ .କେ ମୁରଲୀଧରନ। ସନ୍ଦେହଜନକ ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର କରିଛି।ତାଙ୍କର ଏମିତି ଅସ୍ଵାଭାବିକ ମୃତ୍ୟୁ ଅଲିଉଡ ଜଗତକୁ ସ୍ତବ୍ଧ କରି ଦେଇଛି। କେଉଁ ପରିସ୍ଥିତିରେ ଏବଂ କିଭଳି ତାଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।ସେ ଓଡ଼ିଆ ଓଲିଉଡର ଜଣେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ,ନୃତ୍ୟ ନିର୍ଦ୍ଦେଶକ(Choreographer)ଏବଂଚିତ୍ର ନାଟ୍ୟ ଲେଖକ ଅଟନ୍ତି। ସେ ଓଡ଼ିଆ ସିନେମା ସହିତ ତାମିଲ, ତେଲୁଗୁ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଓଲିଉଡରେ  ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ଛାତି ଚିରି ଦେଲେ ତୁ…। ସେହିପରି ତୋ ଆଖିରେ ମୁଁ,କିଏ ଦବ ଟକ୍କର,ନୂଆ ନୂଆ ପ୍ରେମରେ ସେ ନିର୍ଦ୍ଦେଶନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking