26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଟମାଟୋ ଦର ଆକାଶ ଛୁଆଁ

ଟମାଟୋ ଦର ଆକାଶ ଛୁଆଁ

ବେଙ୍ଗାଲୁରୁ : ଟମାଟୋ ଦର ଆକାଶ ଛୁଆଁ । ପିଆଜ, ଆଳୁ, ତେଲ, ଡାଲି ଆଦି ସାମଗ୍ରୀର ଦରବୃଦ୍ଧି କାରଣରୁ ସାଧାରଣ ଖାଉଟି ଚିନ୍ତିତ ଅଛନ୍ତି। ଏହାରି ମଧ୍ୟରେ ରୋଷେଇ ପାଇଁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଟମାଟୋ ଦର ବଢ଼ିଛି। ଗ୍ରୀଷ୍ମ ପ୍ରବାହ କାରଣରୁ ପନିପରିବା ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଅନ୍ୟ ପରିବା ଭଳି ଟମାଟୋ ଦର ମଧ୍ୟ ବଢ଼ିଛି। ବିଗତ ୨ ସପ୍ତାହ ମଧ୍ୟରେ ଟମାଟୋ ଦର ଦୁଇ ଗୁଣା ବଢ଼ିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ଟମାଟୋ ଦର ପୂର୍ବାପେକ୍ଷା ବଢ଼ିଛି। କୁହାଯାଉଛି, ଆଗାମୀ ଦିନରେ ଟମାଟୋ ଦର ଆହୁରି ବଢ଼ିପାରେ। ସରକାରୀ ପୋର୍ଟାଲ ଏଗମାର୍କନେଟ ଅନୁସାରେ ଦକ୍ଷିଣ ଭାରତୀୟ ହୋଲସେଲ୍‌ ବଜାରରେ ଟମାଟୋ ଦର ୩୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ ଏହା ୮୦ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ଦର ବଢ଼ିବା ନେଇ ବିଶେଷଜ୍ଞମାନେ କୁହନ୍ତି, ଭୀଷଣ ଗରମ କାରଣରୁ ଫୁଲ ଓ ଫଳ ଖରାପ ହୋଇଯାଉଛି। ଏହି କାରଣରୁ ଉତ୍ପାଦନ ହ୍ରାସ ପାଉଛି। ଏହା ବ୍ୟତୀତ ମଣ୍ଡିକୁ ଟମାଟୋ ପୂର୍ବ ପରି ଆସୁ ନାହିଁ। ଅନେକ ସ୍ଥାନରେ ବର୍ଷାଋତୁରେ ଟମାଟୋ ଚାଷ ଆରମ୍ଭ ହୋଇଥାଏ। କିନ୍ତୁ ଅଧିକ ବର୍ଷ ଯୋଗୁଁ ଫସଲ ପ୍ରଭାବିତ ହୋଇଥାଏ। ଟମାଟୋ ଦର ପାଖାପାଖି ୩୭.୨୯ ପ୍ରତିଶତ ବୃଦ୍ଧି ହୋଇଛି। ଭୀଷଣ ଗରମ ଓ କମ ବର୍ଷା ଯୋଗୁଁ ଅନ୍ୟ ପରିବା ଦର ମଧ୍ୟ ବଢ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking