ଜୟପୁର: ଗ୍ୟାସ ପରେ ଜୟପୁର ସହରରେ ପେଟ୍ରୋଲ ଡିଜେଲର ସଙ୍କଟ ନେଇ ଖବର ଆସିଛି। ନବରଙ୍ଗପୁର ଓ ଜୟପୁର ସହରରେ ତେଲ ଅଭାବ ପଡ଼ିଛି। ଜୟପୁରରେ ଗୋଟିଏ କି ୨ଟି ପେଟ୍ରୋଲ ପମ୍ପରେ ତେଲ ମିଳୁଛି, ଏବଂ ସେହିଠାରେ ପ୍ରବଳ ଭିଡ଼ ଲାଗିଛି। ଆଜି ସହରର ୧୦ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୬ଟି ପେଟ୍ରୋଲ ପମ୍ପରେ ତେଲ ଆସି ନଥିବାରୁ ସବୁ ବନ୍ଦ୍ ପଡ଼ିଛି। ଯାହା ଗୋଟିଏ କି ୨ଟି ଖୋଲା ରହିଛି ସେଥିଲେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ମିଳୁଛି ଏକ ଲିଟର ତେଲ। ଗୋଟିଏ ଲିଟରରୁ ଅଧିକ ତେଲ ମିଳୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟୁପିଆଇ ପେମେଣ୍ଟ ମଧ୍ୟ ବନ୍ଦ ରହିଛି। କେବଳ ନଗଦ ଟଙ୍କା ଦେଲେ ପେଟ୍ରୋଲ ମିଳୁଛି। ଏପରିକି ନୋଟିସ ବି ଲଗାଯାଇଛି।










