34.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶପ୍ରତି ୬ ଜଣରେ ଜଣେ ବିଜେପି ସାଂସଦ ଭୋଟ ଚୋରି କରି ଜିତିଛନ୍ତି: ରାହୁଲ ଗାନ୍ଧୀ

ପ୍ରତି ୬ ଜଣରେ ଜଣେ ବିଜେପି ସାଂସଦ ଭୋଟ ଚୋରି କରି ଜିତିଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ତାଙ୍କ ଆକ୍ରମଣକୁ ଅଧିକ ତୀବ୍ର କରିଛନ୍ତି । ମେ ୪ ତାରିଖରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନୀ ଫଳାଫଳ ଆସିବା ପରେ ରାହୁଲ ଲଗାତାର ବିଜେପିକୁ ସମାଲୋଚନା କରିଆସୁଛନ୍ତି । ବୁଧବାର ରାହୁଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଲେଖିଛନ୍ତି, ପ୍ରତି ୬ ଜଣରେ ଜଣେ ବିଜେପି ସାଂସଦ ଭୋଟ ଚୋରି କରି ନିର୍ବାଚନ ଜିତିଛନ୍ତି । ସେମାନଙ୍କୁ ବିଜେପି ଭାଷାରେ କ’ଣ କହିବା ଅନୁପ୍ରବେଶକାରୀ । ଆଜି ମଧ୍ୟ ଯଦି ନିରପେକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହୁଏ ତାହାହେଲେ ବିଜେପି ୧୪୦ ଆସନ ବି ଜିତିପାରିବ ନାହିଁ । ବିଜେପି ଭୋଟ ଚୋରି ମାଧ୍ୟମରେ କେତେବେଳେ ଜଣକ ଆସନ ଚୋରି କରେ ତ ଆଉ ପୁଣି କେତେବେଳେ ପୂରା ସରକାର ଚୋରି କରି ନିଏ । ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ନୁହେଁ । ବିଜେପି ପ୍ରତ୍ୟେକ ଅନୁଷ୍ଠାନକୁ ସେମାନେ ନିଜ ପକେଟରେ ରଖିଛି, ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ଓ ଭୋଟର ତାଲିକାରେ ଗଡ଼ବଡ଼ି କରୁଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ମଙ୍ଗଳବାର ମଧ୍ୟ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନକୁ ଭୋଟ ଚୋରି ଆଖ୍ୟା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking