35.1 C
Bhubaneswar
Wednesday, May 27, 2026
Homeଓଡିଶାଆମ୍ବ ତୋଳିବାକୁ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା ହାତୀ

ଆମ୍ବ ତୋଳିବାକୁ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା ହାତୀ

କଟକ: ଆମ୍ବ ତୋଟାକୁ ଆମ୍ବ ତୋଳିବାକୁ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିଗିରିଆ ବନାଞ୍ଚଳ ଭେଜିଆ ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ବୃଦ୍ଧା ଜଣଙ୍କ ହେଲେ ତିଗିରିଆ ଥାନା ଅନ୍ତର୍ଗତ ଗୋକର୍ଣ୍ଣଖାଲ ଗାଁର ଗୁରିୁବାରି ବେହେରା । ସେ ପ୍ରତିଦିନ ଭଳି ଆଜିବି ନିଜର ଆମ୍ବ ତୋଟାକୁ ଆମ୍ବ ତୋଳିବା ପାଇଁ ଯାଉଥିଲେ କିନ୍ତୁ ହଠାତ ଜଙ୍ଗଲ ଭିତରୁ ଦନ୍ତା ହାତୀଟି ଆସି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା ଯାହା ଫଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ତିଗିରିଆ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking