ଭୁବନେଶ୍ୱର: ଧାର୍ଯ୍ୟ ଦର ଠାରୁ ଅଧିକ ବସ ଭଡା ନେଲେ ହେବ ଆକ୍ସନ । ଏପରି ଚେତାବନୀ ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା । ତେଲ ଦର ବୃଦ୍ଧି ପରେ ବସ ଭଡା ଅଧିକ ନେଉଥିବା ଅଭିଯୋଗ ହେଉଛି । ୨% ଭଡା ବୃଦ୍ଧି ହୋଇଛି । ଅଧିକ ନେବା ଉପରେ ନଜର ରଖାଯାଇଛି । ଅଧିକ ନଦେଇ ସଠିକ ଭଡା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ଦେଶରେ ଯୁଦ୍ଧ ପାଇଁ ଡିଜେଲ , ପେଟ୍ରୋଲ ଦର ବୃଦ୍ଧି ପାଉଛି । ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।










