35.1 C
Bhubaneswar
Wednesday, May 27, 2026
Homeଓଡିଶାକୁଖ୍ୟାତ ଡ୍ରଗ୍ସ ମାଫିଆକୁ ପୋଲିସର ଏନକାଉଣ୍ଟର

କୁଖ୍ୟାତ ଡ୍ରଗ୍ସ ମାଫିଆକୁ ପୋଲିସର ଏନକାଉଣ୍ଟର

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଫୁଟିଲା ଗୁଳି । ଅପରାଧୀକୁ ପୋଲିସର ଏନକାଉଣ୍ଟର । ଭୁବନେଶ୍ୱରରେ କମିଶନରେଟ ପୋଲିସ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଡ୍ରଗ୍ସ ମାଫିଆ ପପୁନ ମାଝୀ ଗୁରୁତର ଆହତ ହୋଇଛନ୍ତିା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ପପୁନ ମାଝୀ ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ କରୁଥିବା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା । ଏହି ସମୟରେ ପପୁନ ପ୍ରଥମେ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ । ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ପୋଲିସ ଗୁଳିରେ ପପୁନ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ଏବଂ ଡ୍ରଗ୍ସ କାରବାର ନେଇ ଅଧିକ ତଦନ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking