ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଏବଂ ସଜ୍ଜନ ଜିନ୍ଦଲ୍ ମଧ୍ୟ ଉପସ୍ଥିତ ରହିବେ।ସୂଚନା ଅନୁସାରେ, ପ୍ରାୟ ୬୫ ହଜାର କୋଟି ଟଙ୍କାର ନିବେଶରେ ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଏହି ଷ୍ଟିଲ୍ କାରଖାନା ସ୍ଥାପିତ ହେବ। ଏହା ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ ।ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ସ୍ଥାନରେ ଦକ୍ଷିଣ କୋରିଆର ଷ୍ଟିଲ୍ କମ୍ପାନୀ POSCO ପ୍ରକଳ୍ପ ସ୍ଥାପନ ପାଇଁ ଯୋଜନା କରିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସେହି ପ୍ରକଳ୍ପ କାର୍ଯ୍ୟକରୀ ହୋଇପାରି ନ ଥିଲା। ଏହି ନୂତନ ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳରେ ଚାକିରି ସୃଷ୍ଟି ସହ ଆର୍ଥିକ ଉନ୍ନତି ହେବାର ଆଶା କରାଯାଉଛି।










