ଭୁବନେଶ୍ୱର : ସ୍ନାତକ (ଯୁକ୍ତ ତିନି)ରେ ନାମଲେଖା ପାଇଁ ବୁଧବାରଠୁ ଅନ୍ଲାଇନ ଆବେଦନ ଆରମ୍ଭ। ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ ଯାଏ ଆବେଦନର ସୁଯୋଗ ରହିବ । ଜୁନ୍ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ୧୭ରୁ ୨୦ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଚାହିଁଲେ ସ୍ଲାଇଡ୍, ଫ୍ରିଜ୍ କିମ୍ବା ପ୍ଲୋଟ୍ ଅପସନ୍ ସହ ନାମଲେଖା ପାଇଁ ଅନ୍ଲାଇନ୍ ଫି ଦାଖଲ କରିପାରିବେ । ଜୁନ୍ ୧୮ରୁ ୨୦ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଜୁଲାଇ ୯ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ନିଜର ନାମଲେଖା ଆବେଦନ କରିବେ । ଜୁନ୍ ୨୦ ତାରିଖ ରାତି ୯ଟା ମଧ୍ୟରେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅପଲୋଡ୍ କରିବେ । ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୯ରୁ ଜୁଲାଇ ୪ ତାରିଖ ମଧ୍ୟରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଅନ୍ଲାଇନ ପେମେଣ୍ଟ କରିବେ । ଜୁନ୍ ୩୦ରୁ ଜୁଲାଇ ୪ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନିଜର ନାମଲେଖାଇବେ । ଜୁଲାଇ ୮ରୁ ୧୦ ତାରିଖ ମଧ୍ୟରେ ୱେଟିଂ/ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୭ରେ ନାମଲେଖାଇବେ । ୧୮ରୁ ୨୦ ମଧ୍ୟରେ ନାମଲେଖାର ତଥ୍ୟ ସାମ୍ସ ପୋର୍ଟାଲ୍ରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଅପଲୋଡ୍ କରିବେ।










